ଅଯୋଧ୍ୟା: ଅଗହନ ଶୁକ୍ଳ ପଞ୍ଚମୀ ପର୍ବରେ ମଙ୍ଗଳବାର ରାମ ମନ୍ଦିର ନିର୍ମାଣର ଧ୍ୱଜାରୋହଣ ସମାରୋହ ଆୟୋଜିତ ହେବ । ସମାରୋହର ମୁଖ୍ୟ ଅତିଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧ୍ୱଜାରୋପଣ ପରେ ରାମ ମନ୍ଦିରର ନିର୍ମାଣ କାମ ସଂପୂର୍ଣ୍ଣ ହୋଇଥିବା ଆନୁଷ୍ଠାନିକ ଘୋଷଣା କରିବେ । ଦେଶବାସୀ ଓ ବିଶ୍ୱକୁ ମାନବୀୟ ଆଦର୍ଶର ସନ୍ଦେଶ ମଧ୍ୟ ଦେବେ । ଏହି ଐତିହାସିକ ଦିନ ପାଇଁ ଅଯୋଧ୍ୟା ଉତ୍ସବ ମୁଖର ହୋଇ ଉଠିଛି ।
ଏହି ଐତିହାସିକ ସମାରୋହ ପାଇଁ ଶ୍ରୀରାମ ଜନ୍ମଭୂମି ପରିସରକୁ ନବବଧୂ ପରି ସଜା ଯାଇଛି । କାରଣ ଏହା ପଛରେ କେବଳ ହିନ୍ଦୁ ସମାଜର ଆସ୍ଥା ଜଡିତ ନୁହେଁ ବରଂ ୫୦୦ ବର୍ଷର ସଂଘର୍ଷ ଓ ବଳିଦାନର ପରମ୍ପରା ସହ ଜଡିତ । ରଙ୍ଗ ବେରଙ୍ଗର ଆଲୋକ ମାଳା ଏବଂ ଫୁଲ ସାଜସଜାରେ ରାମ ମନ୍ଦିର ପରିସର ଝଲସି ଉଠୁଛି ।
ମନ୍ଦିର ଚୂଡାରେ ଧ୍ୱଜ ଉଡାଇବା ପାଇଁ ୭୦୦ ଟନତ ୪୪ ଫୁଟ ଲମ୍ବର ଧ୍ୱଜ ଦଣ୍ଡ ସ୍ଥାପିତ କରାଯାଇଛି । ଏହା ସହିତ ଗର୍ଭଗୃହର ସହ ଅନ୍ୟ ଛଅ ମନ୍ଦିର ଚୂଡାରେ ମଧ୍ୟ ଧ୍ୱଜାରୋହଣ କରାଯିବ । ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ମହନ୍ତ ଗୋବିନ୍ଦ ଦେବ ଗିରିଙ୍କ କହିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧ୍ୱଜାରୋହଣ ପାଇଁ ପୂରା ଦିନ ଉପବାସ ରହି ମନ୍ଦିରରେ ପୂଜାର୍ଚ୍ଚନା କରିବେ ।
ଏହା ପରେ ରାମଲଲା ଏବଂ ରାମ ଦରବାରରେ ଆରତି କରିବେ । ନିର୍ଦ୍ଧାରିତ ମୁହୂର୍ତ୍ତ ଦିନା ୧୧ଟା ୫୮ରୁ ମଧ୍ୟାହ୍ଣ ୧୨ଟା ୩୦ ମଧ୍ୟରେ ଧ୍ୱଜାରୋହଣ କରିବେ । ଏହି ଧ୍ୱଜାରୋହଣ ରିପୋଟ୍ ସିଷ୍ଟମରେ ହେବ ।
Also read: ଅରୁଣାଚଳ ପ୍ରଦେଶ ଯୁବତୀ ସାଂଘାଇରେ ୧୮ ଘଣ୍ଟା ଅଟକ, ନିଜ ଅଂଶ ଦାବି କରି ଭାରତୀୟ ପାସପୋର୍ଟକୁ ଅବୈଧ କହିଲା ଚୀନ