ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ ବିଆର ଗବାଇ ଅନେକ ବଡ ଟିପ୍ପଣୀ କରିଛନ୍ତି । ସେ ନ୍ୟାୟପାଳିକାକୁ ନେଇ ସମାଜରେ ସୃଷ୍ଟି ହେଉଥିବା ଧାରଣା ନେଇ ଖୋଲାଖୋଲି ନିଜର ମତ ରଖିଛନ୍ତି । ସେ କହିଛନ୍ତି ମୁଁ ନିଜର କାର୍ଯ୍ୟକାଳ ସମୟରେ କେବେ ବି କୌଣସି ମାମଲାରେ ସରକାରଙ୍କ ପକ୍ଷରୁ ଚାପର ସମ୍ମୁଖୀନ ହୋଇ ନାହିଁ । ସରକାରଙ୍କ ଉପରୁ ଚାପ କେବେ ପଡିନି । କେସର ମେରିଟ୍ ଉପରେ ଶୁଣାଣି କର।।ଯାଇଛି । ଏଥିରେ ଆମେ ଦେଖୁନୁ ଯେ, କେଉଁ ପକ୍ଷ ଏଥିରେ ସାମିଲ୍।
ଏହା ବ୍ୟତୀତ ସେ ଏକ ନେରେଟିଭକୁ ନେଇ ବଡ ବୟାନ ଦେଇଛନ୍ତି । ଜଷ୍ଟିସ ଗଭାଇ କହିଛନ୍ତି, କିଛି ଲୋକ ଭାବନ୍ତି ଯେ, ଯଦି ଆପଣ ପ୍ରତିଟି ନିଷ୍ପତ୍ତିରେ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନ ଦିଅନ୍ତି ତେବେ ଆପଣ ନିରପେକ୍ଷ ବିଚାରପତି ନୁହନ୍ତି । ଏମିତି ଚିନ୍ତାଧାରା କଦାପି ଠିକ୍ ନୁହେଁ । କଲେଜିୟମକୁ ନେଇ ଅସହମତି ଏକ ଭିନ୍ନ କତା । ଏମିତି ଜାରି ରହିବ । ଜଷ୍ଟିସ ନାଗରତ୍ନାଙ୍କ କ୍ଷେତ୍ରରେ ଯଦି ମେରିଟ ରହିଥାନ୍ତା ତେବେ କଲେଜିୟମର ଅନ୍ୟ ୪ ଜଜଙ୍କ ସହମତି ପ୍ରକାଶ ପାଇଥାନ୍ତା ।
ସେ କହିଛନ୍ତି, ମୋର ଅବଶୋଷ ଯେ, ମୋ କାର୍ଯ୍ୟକାଳରେ କୌଣସି ମହିଳା ଜଜଙ୍କୁ ସୁପ୍ରିମକୋର୍ଟ ଆଣିବା ପାଇଁ ସୁପାରିଶ ହୋଇ ପାରିଲା ନାହିଁ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅବସର ପରେ ସେ କୌଣସି ସରକାରୀ ପଦ କିମ୍ବା ରାଜ୍ୟପାଳ ପରି ପଦ ଗ୍ରହଣ କରିବେ ନାହିଁ । ମୁଁ ନିଜ ଜିଲ୍ଲାରେ ଆଦିବାସୀ ସମୁଦାୟ କଲ୍ୟାଣ ପାଇଁ କାମ କରିବିଇ ।
Also read: ଚିଫ ଜଷ୍ଟିସଙ୍କ ଶପଥରେ ପହଞ୍ଚିଲେନି ରାହୁଲ, ବିଜେପିର ଟାର୍ଗେଟ୍- ତୁମର ଏତେ ଜରୁରୀ କାମ