ଭୁବନେଶ୍ୱର: ହୋମଗାର୍ଡ ନିଯୁକ୍ତି ନେଇ ‘ଏକ୍ସ’ ଜରିଆରେ ସଚେତନ କଲା ଭଦ୍ରକ ପୋଲିସ। ଭଦ୍ରକ ପୋଲିସ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି ଯେ ଚାକିରି ପାଇଁ ଅସାଧୁ ବ୍ୟକ୍ତିଙ୍କ ମିଥ୍ୟା ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ। ଭଦ୍ରକ ପୋଲିସ ଏହା ସ୍ପଷ୍ଟ କରୁଛି ଯେ ହୋମ ଗାର୍ଡ ନିଯୁକ୍ତି କେବଳ ସରକାରୀ ଏବଂ ବିଭାଗ ର ନିୟମ ଅନୁଯାୟୀ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯିବ ।
ଭଦ୍ରକ ପୋଲିସ ପକ୍ଷରୁ ଲେଖାଯାଇଛି ଯେ, କୌଣସି ଦଲାଲ ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ନାହିଁ । ଏହି ସନ୍ଦର୍ଭରେ କାହାକୁ ବି ଟଙ୍କା ଦିଅନ୍ତୁ ନାହିଁ । ଏହା ଏକ ପ୍ରକାର ଠକେଇ ଏବଂ ଏକ ଦଣ୍ଡନୀୟ ଅପରାଧ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଯିଏ ବି ଚାକିରି କରାଇଦେବା ନାଁରେ ଟଙ୍କା ମାଗନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ହେଲ୍ପ ଲାଇନ ନମ୍ବରରେ ଜଣାଇବାକୁ ପ୍ରାର୍ଥୀଙ୍କୁ ନିବେଦନ କରାଯାଇଛି । ଏନେଇ ଜିଲ୍ଲା ପୁଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରିକରାଯାଇଛି । କେହି ଟଙ୍କା ମାଗିଲେ ୯୪୩୮୯୧୬୩୭୦, ୯୪୩୭୦୧୮୬୪୪, ୯୪୩୮୯୧୬୬୦୪, ୦୬୭୮୪- ୨୪୨୦୩୫ନଂରେ ଜଣାଇବାକୁ ନିର୍ଦ୍ଦେଶ ରହିଛି ।