ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର। ଆସନ୍ତାକାଲି ତଥା ସୋମବାର ସକାଳ ୧୦ଟା ୩୦ ସମୟରୁ ଭୁବନେଶ୍ୱର ୟୁନିଟ ୨ ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପୂର୍ବାହ୍ନ ୧୧ ଘଟିକାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଚାଲିଛି। ସର୍ବାଧିକ ଏକ ହଜାର ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ। ଲୋକମାନେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।
ଗତ ସେପ୍ଟେମ୍ବର ୮ ତାରିଖରେ ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ କରିଥିଲେ, ଏହି ଶୁଣାଣି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି l ସେମାନଙ୍କୁ ଆଉ ପୁନଃ ପଞ୍ଜୀକରଣର ଆବଶ୍ୟକତା ପଡ଼ିବ ନାହିଁ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ: ଛୁଟିଦିନରେ ଖୋଲିଲା ସରକାରୀ କାର୍ଯ୍ୟାଳୟ; ତିନି ଦିନିଆ ଦିଲ୍ଲୀଗସ୍ତରୁ ଫେରିଲା ପରେ କାର୍ଯ୍ୟରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ