ଭୁବନେଶ୍ୱର: ଲୋକଙ୍କ ସେବକ ହୋଇ କାମ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀ ଅମଲାମାନଙ୍କୁ ଏଭଳି କଡା ତାଗିଦ୍ କରିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରୁ ଯେଉଁ ଲୋକମାନେ ଆସୁଛନ୍ତି, ସେମାନଙ୍କୁ ବସିବାକୁ ଚୌକି ଦିଅ ଏବଂ ପିଇବାକୁ ପାଣି ଦିଅ। ଧୖର୍ଯ୍ୟ ସହକାରେ ଲୋକଙ୍କ ଅଭିଯୋଗ ଶୁଣ ଏବଂ ନିର୍ଦିଷ୍ଟ ସମୟରେ କାମ ସାର। ନିୟମରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜସ୍ଵ ମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ସୋମବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଡ଼ ହୋଇଥିଲା। ଅନଲାଇନରେ ପଞ୍ଜିକରଣ କରିଥିବା ପ୍ରାୟ ୧ ହଜାର ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥିଲେ। ଲୋକମାନଙ୍କ ଅଭିଯୋଗ ଶୁଣି ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା