ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ୨୭ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତ ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ। ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ଆଡ଼କୁ ଯିବ। ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହୋଇ ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯିବ। ୨ବା ୩ ତାରିଖରେ ବାଂଲାଦେଶରେ ପହଞ୍ଚିବା ବେଳକୁ ଏହା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସାରିଥିବ। ବିଭିନ୍ନ ପାଣିପାଗ ମଡେଲ ଏଭଳି ପୂର୍ବାନୁମାନ ଦେଖଉଛନ୍ତି।
ଆଇଏମ୍ଡି ଆକଳନ ଅନୁସାରେ, ୨୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନସାଗର ଉପରେ ବାତ୍ୟା ସୃଷ୍ଟି ହେବ। ୨୮ ତାରିଖ ଯାଏଁ ଅଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିନ୍ତୁ ଓଡ଼ିଶାକୁ ଏପର୍ଯ୍ୟନ୍ତ କୌଣସି ବର୍ଷା ସତର୍କତା ଦିଆଯାଇ ନାହିଁ। କମୋରିନ୍ କନ୍ୟାକୁମାରୀ ଉପରେ ସୋମବର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ମଙ୍ଗଳବାର କମୋରିନ୍, ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ଲଘୁଚାପ ସୃଷ୍ଟି ହେବ।