ସୋନପୁର: ସୋନପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ପୋଲ ନିକଟରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ବ୍ରିଜ ତଳକୁ ଏକ ଯାତ୍ରୀବାହୀ ବସ ଖସି ପଡିଛି । ଯାହା ଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ବସଟି ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱରରୁ ପଦ୍ମପୁର ଫେରୁଥିଲା । ଏହି ସମୟରେ ସୋନପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ପୋଲ ନିକଟରେ ବସ୍ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ଯାହା ଫଳରେ ବସ୍ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କରିଥିବା ବେଳେ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି ।