ଅନୁଗୋଳ: ନକଲି ଆଇଏଏସ୍, ସିବିଆଇ ଅଧିକାରୀ ପରେ ଏବେ ନକଲି ପୋଲିସ ଧରାପଡ଼ିଛି । ନକଲି ପୋଲିସକୁ ବାନ୍ଧିଛି ଅସଲି ପୋଲିସ । ଅନୁଗୋଳ ଏସପି କାର୍ଯ୍ୟାଳୟ ସମ୍ମୁଖରୁ ନକଲି ପୋଲିସକୁ ଗିରଫ କରାଯାଇଛି । ସେ ହେଲେ ଛେଣ୍ଡିପଦା ଅଞ୍ଚଳର ରବି ନାରାୟଣ ।
ଆଜି ସାଢ଼େ ୧୨ଟା ସମୟରେ ଅନୁଗୋଳ ଏସପି କାର୍ଯ୍ୟାଳୟ ନିକଟରେ ଏକ ନକଲି ପୋଲିସ ବୁଲୁଥିବା ଟାଉନଥାନା ପୋଲିସକୁ ଖବର ମିଳିଥିଲା । ଏହା ପରେ ଜଣେ ଖାକି ପୋଷାକଧାରୀ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲା । ସେ କନଷ୍ଟେବଳ ପୋଷାକ ପିନ୍ଧିଥିବାବେଳେ ସେଥିରେ ନେମପ୍ଲେଟ୍ ଲାଗିଥିଲା । ପୋଲିସର ସନ୍ଦେହ ହେବାରୁ ତାଙ୍କୁ ଥାନାକୁ ନେଇ ଆସିଥିଲା । ଜେରା ବେଳେ ତାଙ୍କ ନିକଟରୁ ନକଲି ନିଯୁକ୍ତି ପତ୍ର ମିଳିଥିଲା । ଯାହାକୁ ସେ ନିଜେ ତିଆରି କରିଥିଲେ । ପୋଲିସ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି ।