ବରଗଡ଼: ଝାରବନ୍ଧ ବ୍ଲକ ଅନ୍ତର୍ଗତ ଦେୱାନପାଲି ଅଙ୍ଗନୱାଡ଼ି କେନ୍ଦ୍ରରେ ଦଳିତ ପାଚିକାଙ୍କୁ ବିରୋଧ କରି ବନ୍ଦ ରଖାଯାଇଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଖୋଲାଯାଇଛି । ପାଚିକା ପଦ୍ମିନୀ ଜଗତଙ୍କ ଅଭିଯୋଗ ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗୁରୁବାର ସିଡିପିଓ, ତହସିଲଦାର ଏବଂ ପୋଲିସ ଉପସ୍ଥିତିରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଖୋଲାଯାଇଛି । ସିଡିପିଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଛି ।
ଅଙ୍ଗନୱାଡ଼ି କେନ୍ଦ୍ରରେ ପାଚିକା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗ୍ରାମବାସୀ ଏକ ବୈଠକ କରାଯାଇ କେବଳ ଜଣେ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ପଦ୍ମିନୀ ନିଜେ ଆଉ ଏକ ଆବେଦନ କରିଥିଲେ । ଏହା ପରେ ତାଙ୍କୁ ନିଯୁକ୍ତି ମିଳିଥିଲା । କିନ୍ତୁ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ବିରୋଧ କରିଥିଲେ । ଅଙ୍ଗନୱାଡ଼ି କେନ୍ଦ୍ରର କୌଣସି ରନ୍ଧା ଖାଦ୍ୟ କିମ୍ବା ଛତୁଆ ନ ହେବାକୁ ଉସକାଇଥିଲେ । ଏହା ପରେ ପଦ୍ମିନୀ ଉଭୟ ସିଡ଼ିପିଓ ଏବଂ ପୋଲିସ ନିକଟରେ ଲିଖିତ ଅଭିଯୋଗ କରି ଜଣାଇଥିଲେ । ସେପଟେ କିଛି ଗ୍ରାମବାସୀ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ତାଲା ପକାଇ ଦେଇଥିଲେ । ଯାହା ପରେ ଅଙ୍ଗନୱାଡ଼ି କେନ୍ଦ୍ର ଗତକାଲିଠାରୁ ବନ୍ଦ ରହିଥିଲା ।