୨୦୨୪ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ମଧ୍ୟ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ । ହିଞ୍ଜିଳି ସହ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ ।
ଘୋଷଣା କରାଯାଇଥିବା ତାଲିକାରେ ଚିତ୍ରକୋଣ୍ଡା ବିଧାନସଭା ଆସନରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତି ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲ୍ଲୀପ ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏବଂ ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ସମ୍ବଲପୁର ଏବଂ ରେଢାଖୋଲ ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢ଼ାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିବା ବେଳେ ଆଜି ସେଥିରେ ପରିବର୍ତ୍ତନ କରାଯାଇ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
ଅଧିକ ପଢ଼ନ୍ତୁ : ବାଲୁକା କଳାରେ ରାମ ନବମୀ ଶୁଭେଚ୍ଛା