ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ନିଜ ବୈବାହିକ ଜୀବନ ଆରମ୍ଭ କରିବା ପୂର୍ବରୁ ପୁର୍ନବାର ଦ୍ୱିତୀୟ ଥର ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି ଅନନ୍ତ। ଗତବର୍ଷ ଅର୍ଥାତ 2023,, ଜାନୁଆରୀ 24 ତାରିଖରେ ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିଥିଲେ। ତେବେ ବିବାହ ପୂର୍ବରୁ ପୁର୍ନବାର ଗତକାଲି ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଚନ୍ଦନଲାଗି ନୀତି,,ବଡସିଂହାର ନୀତି ଓ ପହୁଡ ନୀତି ଦେଖିଛନ୍ତି। ତେବେ ଅନନ୍ତ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ,,ଓ ପୋଲିସ ପ୍ରଶାସନ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରି ଶ୍ରୀମନ୍ଦିର ଭିତରକୁ ପାଛୋଟି ନିଆଯାଇଥଲା। କଡା ସୁରକ୍ଷା ବ୍ୟବସ୍ଥା ସହ ଜେଡ୍ ପ୍ଲସ୍ ସିକ୍ୟୁରିଟୀ ମାଧ୍ୟମରେ ଅନନ୍ତ ପୁରୀରେ ପହଞ୍ଚିଥିଲେ। ପ୍ରାୟ 2 ଘଣ୍ଟା ଅନନ୍ତ ଶ୍ରୀମନ୍ଦିର ଭିତରେ ଅତିବାହିତ କରିବା ସହିତ ସମସ୍ତ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ସାଙ୍ଗରେ ଥିଲେ ତାଙ୍କ କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର ଓ ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ କର ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ। ତେବେ ଅନନ୍ତ ତାଙ୍କ କୌଳିକ ପଣ୍ଡାଙ୍କ ଖାତାରେ ଦସ୍ତଖତ କରିଥିଵା ବେଳେ ଶ୍ରୀମନ୍ଦିରକୁ ପ୍ରଶାସନକୁ ଶ୍ରୀମନ୍ଦିର ପାଇଁ ଅଢେଇ କୈଟି ବା ଦୁଇ କୋଟି 50 ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ତେବେ ମହାପ୍ରଭୁଙ୍କ ଦର୍ଶନ ସାରି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଅନନ୍ତ। ଜୟ ଜଗନ୍ନାଥରୁ ନିଜ ପ୍ରତିକ୍ରିୟା ଆରମ୍ଭ କରି ମହାପ୍ରଭୁଙ୍କୁ ଦର୍ଶନ କରି ଖୁସି ଲାଗିବା ସହ ସମସ୍ତଙ୍କୁ ପବିତ୍ର ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ଅନନ୍ତ ଅମ୍ବାନୀ। ତେବେ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବାଇଶିପାହାଚରେ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ,,ଅଙ୍ଗବସ୍ତ୍ର,,ମହାପ୍ରସାଦ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିଲା।