ଗତ ସନ୍ଧ୍ୟାରେ କୋଲକାତାର ଇଡେନ ଗାର୍ଡେନରେ ଚାଲିଥିବା ଆଇପିଏଲର ୪୭ ତମ ମ୍ୟାଚରେ ଦିଲ୍ଲୀକୁ ୭ ୱିକେଟ୍ ରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡ଼ର୍ସ । ଲଗାତାର ୱିକେଟ୍ ର ପତନ ପରେ ୨୦ ଓଭର ଶେଷ ସୁଦ୍ଧା ଦିଲ୍ଲୀ ୯ ଟି ୱିକେଟ୍ ହରାଇ ୧୫୩ ରନ ସଂଗ୍ରହ କରିଥିଲା । ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩୫ ରନ ସଂଗ୍ରହ କରିଥିଲେ । ତେବେ ବରୁନ ଚକ୍ରବର୍ତ୍ତୀ ୪ ଓଭର ବୋଲିଂ କରି ମାତ୍ର ୧୬ ରନ ଦେବା ସହ କୋଲକାତାକୁ ମ୍ୟାଚ ଜିତାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ସହ ବରୁନ ଚକ୍ରବର୍ତ୍ତୀ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ ।
ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲେ ଦିଲ୍ଲୀର ଅଧିନାୟକ । କିନ୍ତୁ କୋଲକାତାର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତିଥିଲେ ବୋଲିଂ କରିଥାନ୍ତେ ବୋଲି ପ୍ରତିକ୍ରିୟା ରଖିଥିଲେ । ଲଗାତାର ବ୍ୟାଟିଂ କରି ବଡ ବିଜୟ ହାସଲ କରୁଥିବା ଦିଲ୍ଲୀ କୋଲକାତାର ପିଚ୍ କୁ ବୁଝିବାରେ ଭୁଲ କରିଥିଲା । ଯାହାଫଳରେ ପ୍ରଥମେ ବ୍ୟାଟିଂ କରି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ । କୁଲଦୀପ ଯାଦବଙ୍କ ୩୫ ରନ ବଳରେ ଦଳ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ପାୱାରପ୍ଲେରେ କୋଲକାତାର ଫିଲ ସଲ୍ଟଙ୍କ ବିସ୍ଫୋଟକ ବ୍ୟାଟିଂ ଦିଲ୍ଲୀକୁ ଚିନ୍ତାରେ ପକାଇଥିଲା । ପାୱାରପ୍ଲେ ପରେ କୋଲକାତାର ୱିକେଟ୍ ନେବାରେ ଦିଲ୍ଲୀ ସକ୍ଷମ ହୋଇଥିଲେ ମଧ୍ୟ ମ୍ୟାଚ ଜିତିବାରେ ଅସଫଳ ରହିଥିଲା । ଦିଲ୍ଲୀର ଚମତ୍କାର ବୋଲିଂରେ ବରୁନ ଚକ୍ରବର୍ତ୍ତୀ ୩, ବୈଭବ ଅରୋରା ୨, ହର୍ଷିତ ରାଣା ୨, ଷ୍ଟାର୍କ ୧ ଏବଂ ସୁନୀଲ ନାରୀନ ଗୋଟିଏ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ଟ୍ରାକକୁ ଫେରିଲା ଚେନ୍ନାଇ, ବଡ ବ୍ୟବଧାନରେ ଜିତିଲା ମ୍ୟାଚ