ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’କୁ ୧୫୦ ବର୍ଷ ପୂରଣ କରିବ । ଏହି ଅବସରରେ ସାରା ରାଜ୍ୟରେ ଶ୍ରଦ୍ଧାର ସହିତ ଏହି ଦିନକୁ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ବନ୍ଦେ ମାତରମକୁ ଗାନ କରିବେ । ଏଥିପାଇଁ ରାଜ୍ୟ ସଂସ୍କୃତି ବିଭାଗ ଉଭୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି । ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀମାନେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । 
୭ ନଭେମ୍ବର ୧୮୭୫ରେ ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଉପନ୍ୟାସ ଆନନ୍ଦମଠରେ ସ୍ଥାନିତ ହୋଇଥିଲା। ଏହ ପରେ ୧୯୫୦ରେ ଭାରତୀୟ ସମ୍ବିଧାନ ଦ୍ୱାରା ଏହା ଜାତୀୟ ଗୀତ ଭାବେ ସ୍ୱୀକୃତି ପାଇଥିଲା ।