ଭୁବନେଶ୍ୱର: ପୋଲିସ ସବଇନ୍ସପେକ୍ଟର ପରୀକ୍ଷାର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ମାମଲାରେ ଆଉ ଦୁଇ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଉଭୟଙ୍କପ କୋର୍ଟ ଚାଲାଣ କରାଯିବ । ପୂର୍ବରୁ ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲ ଗିରଫ ହୋଇଛନ୍ତି ।
ଅପରପକ୍ଷେ ପରୀକ୍ଷା କେଳେଙ୍କାରୀ ମାମଲାର ଡିଏସପି ରତ୍ନପ୍ରଭା ଶତପଥୀଙ୍କ ତଦନ୍ତଭାର ଦିଆଯାଇଚି । କ୍ରାଇମବ୍ରାଞ୍ଚ ପକ୍ଷରୁ ଡିଏସପି ଶତପଥୀଙ୍କୁ ତଦନ୍ତ କରିବେ । ଗଂଜାମ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି । ରତ୍ନପ୍ରଭାଙ୍କୁ ତଦନ୍ତ କରିବା ନେଇ ନୋଟିସ ଜାରି ହୋଇଛି । ଡିଏସପିଙ୍କୁ କ୍ରାଇମବ୍ରାଞ୍ଚ ଏସପି ଅନୀଲ କୁମାର ବେହୁରିଆ ସୁପରଭାଇଜ କରିବେ । ପଞ୍ଚସଫ୍ଟ କମ୍ପାନୀ ମାଲିକ ବା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟି ଓ ସହଯୋଗୀ ମୁନା ମହାନ୍ତି ଏବେବି ଫେରାର ଅଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ୫ ତାରିଖରେ ପୋଲିସ ଏସଆଇ ପରୀକ୍ଷା ହେବାର ଥିଲା । ଏହା ପୂର୍ବରୁ ୧୧୪ ପରୀକ୍ଷାର୍ଥୀଙ୍କୁ ବସରେ ଆନ୍ଧ୍ର ପ୍ରଦେଶ ନେଇ ସେଠାରେ ଆଗୁଆ ପ୍ରଶ୍ନ ଉତ୍ତର ପାଇଁ ତାଲିମ ଦିଆଯାଇଥାଆନ୍ତା । ଯାହା ପୂର୍ବରୁ ବ୍ରହ୍ମପୁର ଏସିଙ୍କ ନେତୃତ୍ୱରେ ଗଠିତ ଟିମ୍ ସେମାନଙ୍କୁ ଗିରଫ କରିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି । କେହି ଜଣେ ଗୁପ୍ତ ସୂଚନା ଦେବା ପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଗତକାଲି ଓପିଆରବି ଦ୍ୱାରା ପରୀକ୍ଷା ଦାୟିତ୍ୱ ନେଇଥିବା ସିଲିକନ କମ୍ପାନୀ ମୁଖ୍ୟଙ୍କୁ ଗତକାଲି ଜେରା କରାଯାଇଥିଲା ।