କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କୁ ଜଣେ ଭକ୍ତ ୫୦ଲକ୍ଷ ଟଙ୍କାର ସୁନା ଦାନ ଆକାରରେ ଦେଇଛନ୍ତି । ମା’ଙ୍କ ପାଇଁ ମୁକୁଟ, ଆଖିପତା, ନାକ ନୋଥ, ଟିକିଲି ଏବଂ ଦୈନନ୍ଦିନ ଅଳଙ୍କାର ସାମିଲ ରହିଛି । ସୁନା ମୁକୁଟର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ରହିଥିବାବେଳେ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହୃତ ଅଳଙ୍କାର ୨୫ ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦାନ କରିଥିବା ଭକ୍ତ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲ । ମନସ୍କାମନା ପୂରଣ ହେବା ପରେ ସେ ଦାନ କରିଥିବା ଜଣାପଡ଼ିଛି ।