ଭୁବନେଶ୍ୱର: ଲାଗୁନି ସୁନା ଦରରେ ବ୍ରେକ । ହୁ ହୁ ହୋଇ ବଢିଚାଲିଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବିବାହ ଋତୁ ପାଇଁ ସୁନା ଦର ଆକାଶ ଛୁଆଁ ହେବାକୁ ବସିଲାଣି । ବର୍ତ୍ତମାନ ସୁନାର ଚାହିଦା ପାଇଁ ଦିନକୁ ଦିନ ଦର ବଢିବାରେ ଲାଗିଛି । ସୁନା ଦର କେବେ କମିବ ତାହା ସମସ୍ତ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠୁଛି ?
ଗତକାଲି ଅପେକ୍ଷା ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଯାହା ୯୭ ହଜାର ୩୧୦ ଟଙ୍କା ଛୁଇଁଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୫୦ ଟଙ୍କା ବଢି ୮୯ ହଜାର ୨୦୦ ଟଙ୍କା ରେ ପହଞ୍ଚିଛି।
ସୁନା କିଣିବା ପାଇଁ ସମସ୍ତ ଗ୍ରାହକ ଏବେ ଚିନ୍ତାରେ । ଆଗାମୀ ଦିନରେ ସୁନା ଦର ୧ଲକ୍ଷ ୩୦ ହଜାର ଛୁଇଁବ ବୋଲି ସୂଚନା ମଧ୍ୟ ମିଳୁଛି । ଆମେରିକା-ଚୀନ ମଧ୍ୟରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ସୁନା ଦର ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ରାଜ୍ୟ ଓ ଦେଶରେ ଏହାର ପ୍ରଭାବରେ ସୁନାର ଦର ବଢ଼ିବାରେ ଲାଗିଛି । ଲୋକେ ସୁନା ଦର ଯେତେ ପରିମାଣର ବଢୁଛି ଚୋରି ମଧ୍ୟ ବଢ଼ିବାରେ ଲାଗିଛି ।