ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜେଡ଼ି ସଭାପତି ପଦ ପାଇଁ ନବୀନ ନାମାଙ୍କନ ଭରିଛନ୍ତି । ଆସନ୍ତା ୧୯ ତାରିଖରେ ସଭାପତିଙ୍କ ନାମ ଘୋଷଣା କରାଯିବ । ସେ ୯ମ ଥର ପାଇଁ ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ବିଜେଡ଼ିର ଆଉ କେହି ନେତା ସଭାପତି ପଦ ପାଇଁ ନାମାଙ୍କନ ଭରିବାର ସମ୍ଭାବନା ନ ଥିବାରୁ ନବୀନ ବିଜେଡ଼ିର ସଭାପତି ହେବାଟା ସ୍ପଷ୍ଟ ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ବିଜେଡ଼ି ନୂତନ ସଭାପତିଙ୍କ ନାମ ଘୋଷଣା କରିଛି । ଅନୁଗୁଳରେ ବ୍ରଜକିଶୋର ପ୍ରଧାନ, ବରଗଡ଼ର ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ୱାଇଁ, ବୌଦ୍ଧରେ ପ୍ରଦୀପ ଅମାତ, ଦେବଗଡ଼ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତିରେ ପ୍ରଦୀପ ନାୟକ, ଜଗତସିଂହପୁରରେ ପ୍ରଶାନ୍ତ କୁମାର ମୁଦୁଲି, ଯାଜପୁରରେ ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ାରେ ହରିଶ ଗଣତ୍ରା ଏବଂ କନ୍ଧମାଳରେ ପଦ୍ମନାଭ ବେହେରା ବିଜେଡ଼ିର ସଭାପତିଭାବେ ଘୋଷଣା ହୋଇଛନ୍ତି । ସେହିପରି ମାଲକାନଗିରିରେ ମାନସ ମାଡ଼କାମୀ, ମୟୁରଭଞ୍ଜ-୧ରେ ସୁଦାମ ମାରାଣ୍ଡି, ନବରଙ୍ଗପୁର ମନୋହର ରାନ୍ଧାରୀ, ନୟାଗଡ଼ରେ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ାରେ ଅବନୀ ରଞ୍ଜନ ଯୋଶୀ, ପୁରୀରେ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁରରେ ସରୋଜ କୁମାର କାମ୍ପା ଏବଂ ସୁନ୍ଦରଗଡ଼ରେ ଯୋଗେଶ ସିଂହ ସଭାପତି ହୋଇଛନ୍ତି ।