ଭୁବନେଶ୍ୱର: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଭୁବନେଶ୍ୱରରେ ପହଁଚିଛନ୍ତି । ବିଜୁ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଏହା ପରେ ଶ୍ରୀ ଗଡ଼କରୀ ସିଧାସଳକ କଟକ ରେଭେନ୍ସା ଅଭିମୁଖେ ବାହାରିଛନ୍ତି ।
ଆଜିର ଦିନରେ ୪ ହଜାର କୋଟିରୁ ଅଧିକ ମୂଲ୍ୟର ୧୯ଗୋଟି ପ୍ରକଳ୍ପର ଶିଳାନ୍ୟାସ ସହିତ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ନୀତିନ । ରେଭେନ୍ସା ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ଅପରାହ୍ନ ୩ଟା ସମୟରେ ବରମୁଣ୍ଡା ପଡିଆରେ ଉପସ୍ଥିତ ହୋଇ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ୧୯ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ । ତନ୍ମଧ୍ୟରୁ ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ୮୪୧ କୋଟି ବ୍ୟୟରେ ନିର୍ମିତ ଦୁଇ ଜାତୀୟ ରାଜପଥର ଲୋକାର୍ପଣ କରିବେ ନୀତିନ ଗଡ଼କରୀ ।