ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ୩୩ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ପାଟ୍ କମିନ୍ସଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ଏ ପର୍ଯ୍ୟନ୍ତ ସମାନ ୬ଟି ମ୍ୟାଚ୍ ଖେଳି ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଆଜି ହେବାକୁ ଥିବା ମ୍ୟାଚ୍ ଏଥିପାଇଁ ଖାସ୍ ରହିଛି କାରଣ ଏହି ମ୍ୟାଚକୁ ନେଇ ଦକ୍ଷିଣ ଆଫ୍ରିକାର ମହାନ ଦ୍ରୁତ ବୋଲର ଡେଲ ଷ୍ଟେସନ ୨୫ ଦିନ ପୂର୍ବରୁ ଏକ ବଡ ଭବିଷ୍ୟତବାଣୀ କରିଥିଲେ ।
ପ୍ରଶଂସକ ଅପେକ୍ଷା କରି ରହିଛନ୍ତି ଯେ, କଣ ଆଜି ଡେଲ ଷ୍ଟେନଙ୍କ ଭବିଷ୍ୟତବାଣୀ ସତ ହେବ । କଣ ଆଇପିଏଲରେ ଆଜି ନୂଆ ଇତିହାସ ଲେଖାଯିବ । ଷ୍ଟେନ ଭବିଷ୍ୟତବାଣୀ କରିଥିଲେ ଯେ, ଏହି ମ୍ୟାଚରେ ୩୦୦ ସ୍କୋର ହୋଇପାରେ, ଯାହା ଆଇପିଏଲରେ କେବେ ହୋଇ ନାହିଁ । ଟ୍ରେଭିସ ହେଡ ଓ ଅଭିଷେକ ଶର୍ମା ଗତ ମ୍ୟାଚରେ ଯେଉଁଭଳି ଭାବେ ବ୍ୟାଟିଂ କଲେ ତାହା ଦେଖିଲେ ଲାଗୁଛି ହାଇଦ୍ରାବାଦ ଆଜି ମୁମ୍ବାଇ ବିପକ୍ଷରେ ୩୦୦ ରନ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।
ଡେଲ ଷ୍ଟେସନ ୨୦୨୫ ମାର୍ଚ୍ଚ ୨୩ରେ ଏକ ଟୁଇଟ୍ କରିଥିଲେ, ସେଥିରେ ଲେଖା ହୋଇଥିଲା ଯେ, ଏକ ଛୋଟ ଭବିଷ୍ୟତବାଣୀ, ଏପ୍ରିଲ ୧୭ରେ ଆମେ ଆଇପିଏଲରେ ପ୍ରଥମ ୩୦୦ ଦେଖିବା । କିଏ ଜାଣିଛି, ଏହା ହୋଇପାରେ । ସବୁ ଏହା ସବୁ ଦେଖିବାକୁ ମଧ୍ୟ ଉପସ୍ଥିତ ରହିବି ।
ସୂଚନାଯୋଗ୍ୟ, ଡେଲ ଷ୍ଟେସନ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ସାରିଛନ୍ତି । ଏହା ପରେ ଏହି ଫ୍ରାଞ୍ଚାଇଜର ସପୋର୍ଟ ଷ୍ଟାଫ ଭାବେ କାମ କଲେ । ମାତ୍ର ଏହି ସିଜିନ ପୂର୍ବରୁ ସେ ବ୍ୟକ୍ତିଗତ କାରଣରୁ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇ ପାରି ନାହାନ୍ତି ।
ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ ୨୦୨୫ର ଆରମ୍ଭ ଧମାକାଦାର ଶୈଳୀରେ କରିଥିଲା । ଦଳ ଆଇପିଏଲ୍ ଇତିହାସର ଦ୍ୱିତୀୟ ସର୍ବୋଚ୍ଚ ସ୍କୋର କରିଥିଲା । ମାର୍ଚ୍ଚ ୨୩ରେ ରାଜସ୍ଥାନ ବିପକ୍ଷରେ ଦଳ ୨୮୬ ରନ କରିଥିଲା । ଦଳ ୩୦୦ ରନ ସ୍କୋରରୁ ୧୪ ରନ ଦୂରରେ ରହି ଯାଇଥିଲା । ଏହା ପରେ ଦଳର ବ୍ୟାଟିଂ ଫ୍ଲପ ମାରି ଚାଲିଥିଲା । ଦଳ ଲଗାତାର ୪ ପରାଜୟ ଭୋଗିଥିଲା । ତେବେ ଗତ ମ୍ୟାଚରେ ଦଳ ଦମଦାର ପ୍ରଦର୍ଶନ କରିଥିଲା, ଯେଉଁଥି ପାଇଁ ଦଳ ପରିଚିତ ।