ଢେଙ୍କାନାଳ ; ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜଟିଆ ଗାଁ ଚମ୍ପାନାଳୀ ପୋଖରୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ପରଜଙ୍ଗ ଥାନା ସରାଙ୍ଗ ଗାଁର ବାଙ୍ଗୁର ମୁଣ୍ଡା। ବାଙ୍ଗୁର ନିଜ ସମ୍ପର୍କୀୟଙ୍କ ଘର ଜଟିଆ ଗାଁକୁ ଆସିଥିବା ବେଳେ ପୋଖରୀରେ ଅସାବଧାନତା କାରଣରୁ ବୁଡି ଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କ ମୃତ ଦେହ ଗାଁ ପୋଖରୀରେ ଭାସୁଥିବା ନେଇ ପୋଲିସକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀ ଭିତରୁ ବାଙ୍ଗୁରଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।