ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଜିଲ୍ଲାକୁ ଅପରାଧ ମୁକ୍ତ କରିବାକୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜଣ ଅପରାଧୀଙ୍କୁ ବାନ୍ଧିଛି ପୋଲିସ । ପୋଲସରା, ଆସ୍କା, ହିଞ୍ଜିଳିକାଟୁ ଓ କୋଟିନଡ଼ା ଥାନା ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଅପରାଧୀଙ୍କ ନିକଟରୁ ୮ଟି ବନ୍ଧୁକ, ୩୧ଟି ଗୁଳି, ୧୨ଟି ଖୋଖା ସହିତ , ୨୩ଟି ମୋବାଇଲ ଫୋନ ଜବତ କରାଯାଇଥିବା ନେଇ ଦକ୍ଷିଣାଞ୍ଚ ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି ।
ମଙ୍ଗଳବାର ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କୋଟିନଡ଼ା ଥାନା ଅଞ୍ଚଳର ରାମ ଗୌଡ଼, ପିଣ୍ଟୁ ଗୌଡ଼, ରାଜୁ ଜେନା, ସନ୍ତୋଷ କୁମାର ବେହେରା, ଗଣେଶ ନାହାକ, ପିଣ୍ଟୁ ବେହେରା, ରାଜେଶ ମହାରଣା ଓ ପ୍ରତାପ କୁମାର ଜେନା । ସେହିପରି ଆସିକା ଥାନା ଅଞ୍ଚଳର ଘନଶ୍ୟାମ ବେହେରା, ଦୀପକ ପୃଷ୍ଟି, ଅଜିତ ପଲେଇ, ଟୁକୁନା ବାରିକ ଏବଂ ଶିବ ପ୍ରସାଦ ଦାସଙ୍କୁ ଗିରଫ କରାଯାଇଛି । ହିଞ୍ଜିଳି ଥାନା ଅଞ୍ଚଳର ଚିଣ୍ଟୁ ଦାସ, ରାଜା ଗୌଡ଼, ହୀନ ସାମଲ, ରାକେଶ ମହାପାତ୍ର ଓ ଗୋବିନ୍ଦ ବେହେରା ଗିରଫ ହୋଇଛନ୍ତି । ସେହିପରି ପୋଲସରା ଥାନା ଅଞ୍ଚଳର କୃଷ୍ଣ ଚନ୍ଦ୍ର ବେହେରା ଓ ରାଜା ସେଠୀ ଗିରଫଙ୍କ ମଧ୍ୟରେ ଅଛନ୍ତି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍.ପି. ରଞ୍ଜିତ୍ କୁମାର ପୃଷ୍ଟି, ଆସିକା ଏସ୍ଡିପିଓ ସନ୍ତୋଷ କୁମାର ଜେନା, ଆସିକା ଥାନା ଅଧିକାରୀ କୁଳମଣୀ ସେଠୀ, ପୋଲସରା ଥାନା ଅଧିକାରୀ କୌଶିକ ମାଝୀ, କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।