ଭୁବନେଶ୍ୱର: ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ ପରେ ଶେଷ ହୋଇଯିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଞ୍ଜୀକରଣ କରିବାର ସମୟ । ଆସନ୍ତା ୧୫ ତାରିଖ ପିଏମ୍ ଆବାସ ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ ରହିଛି । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୪ରୁ ୩୫ ଲକ୍ଷ ଲୋକ ପିଏମ୍ ଆବାସ ପଞ୍ଜୀକରଣ କରି ସାରିକଲେଣି । ପଞ୍ଜୀକରଣ ପରେ ଘର ଘର ବୁଲି କିଏ ଯୋଗ୍ୟ, ତାହା ସର୍ଭେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଘରକୁ ଘର ବୁଲି ନିଜେ ପିଏମ୍ ଆବାସ ଯୋଜନାର ସର୍ଭେ ଆରମ୍ଭ କରିଥିଲେ । ଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରିବାକୁ ଯୋଜନାରେ ସାମିଲ କରିଥିଲେ । ଆବାସ ଆବେଦନ ନିୟମରେ କିଛିଟା କୋହଳ କରାଯାଇଛି । ଫ୍ରିଜ୍ ଓ ଦୁଇ ଚକିଆ ଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଆବେଦନ କରିପାରିବେ। ଏହା ସହ ମାସିକ ୧୦ ହଜାର ନୁହେଁ ୧୫ ହଜାର ଆୟ ଥିଲେ ବି ଆବାସ ପାଇଁ ଯୋଗ୍ୟ ହୋଇପାରିବେ। ଆବାସ ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନରେ ହିତାଧିକାରୀ ଆବେଦନ କରିପାରିବେ ।