ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତଗର୍ତ ଛତିଆ ବସ୍ ଷ୍ଟାଣ୍ଡ ନିକଟରେ ବୋମା ବିସ୍ଫୋରଣ। ବାଇକରେ ବୋମା ନେିଯାଉଥିବା ବେଳେ ଏହା ବିସ୍ପୋରଣ ଘଟିଛି। ଏଥିରେ ୨ ବାଇକ୍ ଆରୋହୀଙ୍କ ମୃତ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବରୀ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
କୁହାଯାଉଛି ୩ ଯୁବକ କଳା ପଲସରରେ ଆସି ଏକ ମଦ କାଉଣ୍ଟର ପାଖରେ ଅଟକିଥିଲେ। ସେହି ସମୟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ତେବେ ସେହି ଯୁବକଙ୍କ ଉପରକୁ କେହି ବୋମା ପକାଇ ନାହାନ୍ତି କିମ୍ବା ସେମାନେ ମଧ୍ୟ କାହା ଉପରକୁ ବୋମା ନିକ୍ଷେପ କରି ନାହାନ୍ତି। ସେମାନେ ସାଥିରେ ବୋମା ନେଇ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷେ ଉକ୍ତ ଯୁବକ ବଡ଼ଚଣା ନିକଟ ଦେଉଳକୂଳ ଗ୍ରାମର ବୋଲି ଜଣାପଡ଼ିଛି। ବୋମା ବିସ୍ଫୋରଣରେ ୨ ଗାଡ଼ି ଜଳିଯାଇଛି। ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।