ଦନ୍ତା ଆକ୍ରମଣରେ ଜଣେ ଯୁବକ ମୃତ । ଏପରି ଏକ ଅଭାବନୀୟ ଘଟଣା ଆଠଗଡ଼ରେ ଘଟିଛି । ଏହି ଘଟଣାଟି ଗୁରୁଡ଼ିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ଘଟିଛି । ଜଣେ ଯୁବକ ଯାତ୍ରା ଦେଖି ଫେରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ , ତୁରନ୍ତ ପୋଲିସକୁ ଖବର ଦେଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କୁ ଉଦ୍ଧାର କରିଛି । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ଓ ବନବିଭାଗ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି ।