ଉଦ୍ଧାର ହେଲା ୨ ମାସ ଶିଶୁକନ୍ୟାର ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ବସଷ୍ଟାଣ୍ଡ ଭିତରେ ଥିବା ଟଏଲେଟ ନିକଟରୁ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି । ବସଷ୍ଟାଣ୍ଡ ଭିତରେ ଥିବା ଲୋକ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରିବା ସହିତ ଏକି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ । ଉଦ୍ଧାର ପରେ ପୋଲିସ ଶିଶୁକନ୍ୟାର ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା । କିଏ ଓ କେଉଁ କାରଣରୁ ଶିଶୁଟିକୁ ଏପରି ଭାବରେ ଫୋଫାଡ଼ି ଦେଇଛି ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।