ଅଂଶୁଘାତ ପାଇଁ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଢେଙ୍ଗାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ସାଆନ୍ତାରାପୁରର ଏକ କେନାଲର ତଳକୁ ଖସି ମୃତ୍ୟ ହୋଇଛି ଜଣେ ଯୁବକଙ୍କର । ଖରାବେଳେ ଘରକୁ ଫେରୁଥିବା ସମୟରେ ଗାଁ ପାଖ ଏକ କେନାଲ ପାଖରେ ବସିଥିବାର ତାଙ୍କୁ ଗାଁ ଲୋକ ଦେଖିଛନ୍ତି କିନ୍ତୁ ସଂନ୍ଧା ପରେ ସେ ଆଉ ଘରକୁ ଫେରି ନଥିଲେ । ଏହା ପରେ ବହୁ ଖୋଜା ଖୋଜି ପରେ ତାଙ୍କର ମୃତ ଦେହ ସେ ବସିଥିବା କେନାଲ ତଳୁ ମିଳିଥିଲା । ତେବେ ଘର ଲୋକଙ୍କ କହିବା ଅନୁସାରେ ତାଙ୍କର ଅଂଶୁଘାତ ପାଇଁ ତାଙ୍କର ମୃତ୍ୟ ହୋଇଛି। ତେବେ କାମାକ୍ଷାନଗର ଥାନା ସାଆନ୍ତାରାପୁର ଠାରେ ଥିବା ଏକ କେନାଲ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ମୃତକ ଜଣଙ୍କ ହେଲେ ସେହି ଗ୍ରାମର ଜ୍ଞାନ କୁମାର ଦାସ l
ସୂଚନା ଅନୁସାରେ, ଜ୍ଞାନ ପେସା ରେ ଜଣେ ବସ ଡ୍ରାଇଭର l ଗତକାଲି ନିଜର ଡିଉଟି ସାରି ଜିରାଳ ରୁ ନିଜ ଘର ସାଆନ୍ତାରାପୁର ଯାଉଥିବା ବେଳେ ଏକ କେନାଲ ରେ କୌଣସି କାରଣ ରୁ ଖସି ପଡିଥିଲେ l ସନ୍ଧ୍ୟା ପର୍ଯ୍ୟନ୍ତ ଘର କୁ ନଆସିବାରୁ ଘର ଲୋକ ଖୋଜାଖୋଜି କରିବା ପାଇଁ ବାହାରିଥିଲେ । ବହୁ ଖୋଜା ଖୋଜି ପରେ ଜ୍ଞାନକୁ ଏକ କେନାଲ ତଳେ ପଡିଥିବାର ଦେଖି ପରିବାର ଲୋକ କିଛି ସ୍ଥାନୀୟ ଲୋକ ଙ୍କ ସହାୟତା ରେ ତାଙ୍କୁ ଉଦ୍ଧାର କରିଥଲେ । ଏବଂ ପ୍ରଥମେ ଜିରାଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଜ୍ଞାନ ଙ୍କ ଅସ୍ୱାଭାବିକ ମୃତ୍ୟୁ କୁ ନେଇ ପରିବାର ଲୋକ ଅଂଶୁଘାତ ରେ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରୁଛନ୍ତି । ଅଧିକ ଗରମ ଯୋଗୁ ଜ୍ଞାନ ଚେତାଶୂନ୍ୟ ହୋଇ କେନାଲ ରେ ପଡି ଯାଇଥିବା ଅନୁମାନ କରିଛନ୍ତି ପରିବାର ଲୋକେ ।
ଅଧିକା ପଢନ୍ତୁ: ୨ମାସ ଶିଶୁକନ୍ୟାର ମୃତଦେହ ଉଦ୍ଧାର