ଆଜି ଇରାନର କାମଚଳା ରାଷ୍ଟ୍ରପତି ଭାବେ ଉପରାଷ୍ଟ୍ରପତି ମୁଖବେର ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ମୁଖବେର ରାଷ୍ଟ୍ରପତି ଭାବେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ଗତକାଲି ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଥିଲା। ତେଣୁ ସମ୍ବିଧାନ ଅନୁସାରେ ତାଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ପଦବୀ ସମ୍ଭାଳିଛନ୍ତି।
ସୂଚନା ଅନୁସାରେ, ଇରାନର ସମ୍ବିଧାନ ଅନୁସାରେ ଯଦି କୌଣସି କାର୍ଯ୍ୟରତ ରାଷ୍ଟ୍ରପତିଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥାଏ କିମ୍ବା ସେ ଅନ୍ୟ କୌଣସି କାରଣରୁ ପଦରୁ ଇସ୍ତଫା ଦେଇଥାନ୍ତି। ତେବେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ପ୍ରଥମ ଉପରାଷ୍ଟ୍ରପତି ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ତୁଲାଇଥାନ୍ତି। ଏପରିକି ୫୦ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ କରିବାକୁ ପଡ଼ିଥାଏ। ତେବେ ରବିବାର ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟ ହୋଇଥିଲା। ତେଣୁ ଏଥିପାଇଁ ଇରାନର କାମଚଳା ରାଷ୍ଟ୍ରପତି ଭାବେ ଉପରାଷ୍ଟ୍ରପତି ମୁଖବେର ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ମୁଖବେର ରାଷ୍ଟ୍ରପତି ଭାବେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। ଆଜି ଦୁର୍ଘଟଣାର କାରଣ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।