ନୂଆଦିଲ୍ଲୀ: ଆମେରିକାର ନାସା ମହାକାଶ ଗବେଷଣା କେନ୍ଦ୍ରର ଏକ ଟେଲିସ୍କୋପ୍ ପୃଥିବୀ ପୃଷ୍ଠରେ ମାଡ଼ ହେବ । ଦୀର୍ଘ ୨୨ ବର୍ଷ ପରେ ଟେଲିସ୍କୋପ୍ଟି ଅକାମୀ ହେବା ପରେ ପୃଥିବୀକୁ ଖସିପଡ଼ିବ । ତେବେ ଏହା ଭାରତରେ କୌଣସି ସ୍ଥାନରେ ମାଡ଼ ହୋଇପାରେ ବୋଲି ଆକଳନ କରାଯାଇଛି ।
ନାସାର ନେଲ୍ ଗେହରେଲ୍ସ ସ୍ୱିଫ୍ଟ ଓବଜରଭେଟୋରୀ ନାମକ ଟେଲିସ୍କୋପ୍ଟି ଅକାମୀ ହେବା ପରେ ନିୟନ୍ତ୍ରଣ ହରାଇବା ପରେ ପୃଥିବୀ ପୃଷ୍ଠକୁ ଖସି ଆସୁଛି । ପୃଥିବୀର ବିଷୁବ ରେଖା ୨୦.୬ ଡିଗ୍ରୀ ଉତ୍ତର–୨୦.୬ ଡିଗ୍ରୀ ଦକ୍ଷିଣରେ ପଡ଼ିବାର ଆକଳନ କରାଯାଇଛି । ଭାରତର ଦମନଠାରୁ ଆରମ୍ଭ କରି ଓଡ଼ିଶାର କଟକ ମଧ୍ୟରେ ଏହି ଲାଇନ୍ ରହିଛି । ଭାରତର ପରିପ୍ରେକ୍ଷୀରେ, ଏହି ବିସ୍ତୃତ ଅଞ୍ଚଳଟି ପଶ୍ଚିମ ଉପକୂଳସ୍ଥ ଦମନରୁ ପୂର୍ବ ଉପକୂଳସ୍ଥ ଓଡ଼ିଶାର କଟକ ପର୍ୟ୍ୟନ୍ତ ପ୍ରାୟ ଏକ କଳ୍ପିତ ରେଖା ଦକ୍ଷିଣରେ ଥିବା ଅଞ୍ଚଳଗୁଡ଼ିକୁ ଅନ୍ତର୍ଭୁକ୍ତ । ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଏହି କ୍ଷେତ୍ର ମଧ୍ୟରେ ଆସୁଥିବା ବେଳେ ଦିଲ୍ଲୀ, କୋଲକାତା ଏବଂ ଉତ୍ତର ଭାରତର ଅଧିକାଂଶ ଅଂଶ ଏହାର ବାହାରେ ରହିଛି।
ଏହାର ଓଜନ ପ୍ରାୟ ଦେଢ଼ ଟନ୍ ରହିଛି । ମହାକାଶ ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ, ଏହା ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ପ୍ରାୟ ୧୬୦୦୦ରୁ ୧୮୦୦୦ କିଲୋମିଟର ବେଗରେ ପୃଥିବୀ ପୃଷ୍ଠକୁ ଆସିବା । କିନ୍ତୁ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଟେଲିସ୍କୋପର ପ୍ରାୟ ୯୯ ପ୍ରତିଶତ ଜଳିଯିବ । ଏହାର କିଛିଟା ଅଂଶ ଭୂପୃଷ୍ଠରେ ପଡ଼ିବ । ତେଣୁ ଏହା ବିଶେଷ କିଛି କ୍ଷତି କରିବ ନାହିଁ ।
ଗେହରେଲ୍ସ ସ୍ୱିଫ୍ଟ ଓବଜରଭେଟୋରୀ ନାମକ ଟେଲିସ୍କୋପକୁ ୨୦ ନଭେମ୍ବର, ୨୦୦୪ ମହିସାରେ ନାସା ପକ୍ଷରୁ ମହାକାଶରେ ସ୍ଥାପନ କରାଯାଇଥିଲା । ଯାହା ବର୍ତ୍ତମାନ ଅକାମୀ ହୋଇଯାଇଛି ।