ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଘର ଭିତରେ ନିଆଁ ଲଗାଇ ଜାଳି ଦେଇଛନ୍ତି ସ୍ୱାମୀ । ମୃତ ମହିଳା ଜଣକ ଅର୍ଚ୍ଚନା ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ଅର୍ଚ୍ଚନାଙ୍କ ଚରିତ୍ରକୁ ନେଇ ତାଙ୍କ ସ୍ୱାମୀ ଭାସ୍କର ବେହେରା ବାରମ୍ବାର ସନ୍ଦେହ କରୁଥିଲେ । ତେବେ ଶୁକ୍ରବାର ସକାଳେ ଭାଷ୍କର ତାଙ୍କ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଏବଂ ଘରୁ ଧୁଆଁ ବାହାରୁଥିବାର ଦେଖି ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ କରିବା ସହ ପୋଡିଯାଇଥିବା ମୃତଦେହକୁ ଉଦ୍ଧାର କରି ପ୍ରାଥମିକ ତଦନ୍ତ ଜାରି ରଖିଛି । ସେପଟେ ସ୍ତ୍ରୀ କୁ ଘରେ ନିଆଁ ଲଗାଇ ସ୍ୱାମୀ ଓ ପରିବାର ଲୋକେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଭୋଗରାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।