ଦାରିଙ୍ଗବାଡିରେ ପହିଲି ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ। ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣରେ ଆଚ୍ଛାଦିତ ହେଉଛି ସମଗ୍ର ଜିଲ୍ଲା। ପହିଲି ଶୀତର ପ୍ରବାହରେ ବଦଳି ଯାଇଛି କନ୍ଧମାଳର ରୂପ ଲାବଣ୍ୟ। ବର୍ତ୍ତମାନ ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିରେ ତାପମାତ୍ରା ୧୬ ଡିଗ୍ରୀ ଭିତରେ ରହୁଛି। ସକାଳୁ ସକାଳୁ ଚା ସାଙ୍ଗକୁ ଶୀତର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏହି ଶୀତ ଋତୁରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ।
ସୂଚନା ଅନୁସାରେ, ଦାରିଙ୍ଗବାଡିରେ ପହିଲି ଶୀତ ଏବଂ ହାଲୁକା ଶୀତ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ସମଗ୍ର ଜିଲ୍ଲା। ବର୍ତ୍ତମାନ ଫୁଲବାଣୀରେ ତାପମାତ୍ରା ୧୭ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିରେ ୧୬ ଡିଗ୍ରୀ ଭିତରେ ରହୁଛି ତାପମାତ୍ରା। ଏହି ଶୀତ ଋତୁରେ କନ୍ଧମାଳର ଭୂସ୍ବର୍ଗ ତଥା ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ତେବେ ପ୍ରତ୍ୟେକ ବର୍ଷ ଶୀତ ଦିନରେ କନ୍ଧମାଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇଥାଏ। ଶୀତର ପ୍ରକୋପ ଏତେ ମାତ୍ରାରେ ଥାଏ ଯେ, ଲୋକେ ଘର ବାହାରକୁ ବାହାରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରି ନଥାନ୍ତି। ଶୀତ ଋତୁରେ ସକାଳ ୯ଟା ପର୍ଯ୍ୟନ୍ତ କନ୍ଧମାଳ ପୁରା କୁହୁଡି ଚାଦରରେ ଢାଙ୍କି ହୋଇ ରହିଥାଏ। କୁହୁଡି ଯୋଗୁଁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ କିନ୍ତୁ ଏହି ଋତୁକୁ ବେଶ ଉପଭୋଗ କରନ୍ତି ସ୍ଥାନୀୟ ବାସିନ୍ଦା।
ଅଧିକ ପଢନ୍ତୁ : ରାଜ୍ୟରେ ଗଡ଼ିବ ଘରୋଇ ବସ, ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟ ସ୍ଥଗିତ