ପାରିବାରିକ କଳହରୁ ସ୍ତ୍ରୀକୁ ମାରିଲା ସ୍ୱାମୀ। ତେବେ ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସିଂଲା ଥାନା କାଦରାୟାଁ ଗ୍ରାମରେ ଘଟିଛି। ଗତକାଲି କୌଣସି କାରଣକୁ ନେଇ ସ୍ୱାମୀ , ସ୍ତ୍ରୀ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ ଝଗଡ଼ା ଉଗ୍ରରୂପ ନେବାରୁ ଉଭୟେ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହାଫଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ତେବେ ଗୁରୁତର ସ୍ୱାମୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ସିଂଲା ଥାନା କାଦରାୟାଁ ଗ୍ରାମରେ ପାରିବାରିକ କଳହରୁ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ଆହତ। ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ୱାମୀ , ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଝଗଡ଼ା ଉଗ୍ରରୂପ ନେବାରୁ ଉଭୟେ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଉଭୟେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ବସ୍ତା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ମୃତକ ମହିଳାଙ୍କ ସ୍ୱାମୀକୁ ନିଜ ହେପାଜତକୁ ନେଇଛି। କେଉଁଥି ପାଇଁ ଏହି ପରି ଜଘନ୍ୟ କାଣ୍ଡ ଘଟିଲା ତାହାକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ଆଜି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ପାଳନ