ଆଜି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ପାଳନ କରୁଛି କେସିଙ୍ଗା ବିକାଶ ମଞ୍ଚ। ଜିଲ୍ଲା କେସିଙ୍ଗାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ତେଣୁ ଆଜି ସକାଳୁ ସକାଳୁ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ଆଦି ବନ୍ଦ ରହିଛି। କେବଳ ଜରୁରୀ କାଳୀନ ସେବା ପାଇଁ ଗାଡି ଚାଲ ଚଳାଚଳ ହୋଇପାରିବ ବୋଲି ବିକାଶ ମଞ୍ଚ ପକ୍ଷରୁ କୁହାଯାଇଛି। ତେବେ ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ସଂଗଠନମାନେ ସମର୍ଥନ ଜଣାଇଛନ୍ତି।
ସୂଚନା ଅନୁସାରେ, କେସିଙ୍ଗା କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମନମୁଖୀ କାର୍ଯ୍ୟ ଚଳାଇବା ସହିତ ଜଣ ସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବାରୁ ଆଜି ୧୨ ଘଣ୍ଟିଆ କେସିଙ୍ଗା ବନ୍ଦ ଡାକରା ଦିଆଯାଉଛି। ତେବେ ଗତ ଦୁଇ ଦିନ ହେଲା କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ NAC କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ହେଲେ ଜିଲ୍ଲା ପ୍ରଶାସନ ଏହାର କୌଣସି ସମାଧାନ ନକରିବାରୁ ଶେଷରେ ଆଜି ସକାଳ ୬ଠାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ କେସିଙ୍ଗାବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ସଂଗଠନମାନେ ସମର୍ଥନ ଜଣାଇଛନ୍ତି। ତେଣୁ ଆଜି ସକାଳୁ ସକାଳୁ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ ଆଦି ବନ୍ଦ ରହିଛି। କେବଳ ଜରୁରୀ କାଳୀନ ସେବା ପାଇଁ ଗାଡି ଚାଲ ଚଳାଚଳ ହୋଇପାରିବ ବୋଲି ବିକାଶ ମଞ୍ଚ ପକ୍ଷରୁ କୁହାଯାଇଛି।
ଅଧିକ ପଢନ୍ତୁ ; ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ବୁଲିଲା ଖଣ୍ଡା