ପୁଣି ରାଜଧାନୀ ଅଶାନ୍ତ। ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱରରେ ବୁଲିଲା ଖଣ୍ଡା। ଗତକାଲି ବିଳମ୍ବିତ ରାତିରେ ଜାଗମରା ନୂଆ ରୋଡରେ ନିକଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରେ ଦେଖିବାକୁ ମିଳିଛି। ତେବେ ଏହି ଗୋଷ୍ଠୀ ସଂଘର୍ଷରେ ୪ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର। ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଜାଗମରା ନୂଆ ରୋଡରେ ନିକଟରେ ବୁଲିଲା ଖଣ୍ଡା। ତେବେ ଏହି ସଂଘର୍ଷରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାସହିତ ଉଭୟ ଗୋଷ୍ଠୀର ଲୋକମାନେ ବାଉଁଶ, ମଦ ବୋତଲରେ ପରସ୍ପର ଉପରକୁ ଆକ୍ରମଣ କରିବା ସହିତ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ। ଗତକାଲି ଖାଦ୍ୟ ଷ୍ଟଲକୁ ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଖାଇବାକୁ ଯାଇଥିଲେ। ଏହି ସମୟରେ ଅପର ଗୋଷ୍ଠୀର ବ୍ୟକ୍ତି ଅଚାନକ ଆକ୍ରମଣ କରିଦେଇଥିଲେ। ଏମିତିକି ରାସ୍ତାରେ ଯାଉଥିବା ଗାଡି ଗୁଡିକ ମଧ୍ୟ ଏହି ଗୋଷ୍ଠୀ ସଂଘର୍ଷର ଶିକାର ହୋଇଥିଲେ। ତେବେ ଏହି ଗୋଷ୍ଠୀ ସଂଘର୍ଷରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।