ସୁବର୍ଣ୍ଣପୁର: ବାହୁଡାରେ ଘଟିଗଲା ଅଘଟଣ । ରଥ ଟାଣିବା ସମୟରେ ଠେଲା ପେଲାରେ ଚାରି ନାବାଳକ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରୁ ।
ସୂଚନା ଅନୁସାରେ,ବାହୁଡା ଯାତ୍ରାରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ଚାଲିଥିବା । ଆଉ ଠିକ୍ ଏତିକି ବେଳେ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ଦେଖିବା ପାଇଁ କଂସାରୀପଡାର ୩ ଜଣ ,ନୂଆପଡାର ଜଣେ ନାବାଳକ ରଥତଳେ ଠେଲା ପେଲାରେ ଚାପିହୋଇ ଯାଇଥିଲେ । ଫଳରେ ଜଣେ ନାବାଳକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନ୍ତାନ୍ତରିତ ହୋଇଥିବା ବେଳେ ୩ ନାବାଳକଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।