Baragarh/Padampur:08/12/2022:
ପଦ୍ମପୁରରେ ବିଜେଡିର ଭଲ ପ୍ରଦର୍ଶନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୬ ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ୭ ଟି ଯାକ ରାଉଣ୍ଡରେ ବିଜେଡି ଆଗରେ ରହିଛି । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୭୧୨ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୧୯୦୭, ୩ୟ ରାଉଣ୍ଡରେ ୨୧୪୭, ୪ର୍ଥ ରାଉଣ୍ଡରେ ୨୪୧୨ ଏବଂ ୫ରାଉଣ୍ଡ ସୁଦ୍ଧା ବିଜେଡି ମୋଟ ୨୬୧୯୮ଖଣ୍ଡ ଭୋଟରେ ଆଗୁଆ ଥିବା ବେଳେ ବିଜେପି ୧୭୮୧୬ ଏବଂ କଂଗ୍ରେସ ୮୪୫ ଖଣ୍ଡ ଭୋଟରେ ଆଗରେ ରହିଛି । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ୬ଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଛି। ତେବେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ବର୍ଷା ସିଂ ବରିହା ଆଗୁଆ ଅଛନ୍ତି। ଏବେ ସୁଦ୍ଧା ବିଜେଡି ମୋଟ ୧୦ ହଜାର ୭୦୪ ଭୋଟରେ ଆଗୁଆ ରହିଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ ୩୧ ହଜାର ୮୮୬, ବିଜେପି ୨୧ ହଜାର ୧୮୨ ଓ କଂଗ୍ରେସ ଖାତାରେ ପଡିଛି ମୋଟ ୯୭୦ ଭୋଟ । ପ୍ରାରମ୍ଭିକ ଟ୍ରେଣ୍ଡରୁ ବିଜେଡି ଆଗୁଆ ରହିଆସୁଛି ।