ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ସୋମବାର ବିରାଟ ଟେଷ୍ଟରୁ ଅବସର ନେଇଥିବା ନେଇ ନିଜ ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ହେଉଛି ଟେଷ୍ଟ ଦଳରେ ବିରାଟଙ୍କ ସ୍ଥାନ କିଏ ନେବ?
ଟେଷ୍ଟ କ୍ରିକେଟରେ ବିରାଟ ୩୦ ଶତକ ଏବଂ ୭ ଦ୍ବିଶତକ ସହ ଚତୁର୍ଥ ଭାରତୀୟ ଭାବେ ସର୍ବାଧିକ ରନ୍ କରିବାରେ ସଫଳ ହୋଇଛନ୍ତି । ବିରାଟ ମୋଟ ୧୨୩ଟି ମ୍ୟାଚରେ ୯୨୩୦ ରନ୍ କରିଛନ୍ତି ।
ସେହିପରି ଅଧିନାୟକ ଭାବରେ ମଧ୍ୟ କୋହଲି ଟେଷ୍ଟରେ ବହୁ ସଫଳ । ତାଙ୍କ ଅଧିନାୟିକତ୍ବରେ ଭାରତ ସର୍ବାଧିକ ୪୦ଟି ମ୍ୟାଚରେ ଜିତିବାରେ ସଫଳ ହୋଇଛି । ତେବେ ବର୍ତ୍ତମାନ ପରିସ୍ଥିତି ଦେଖିଲେ ଲାଗୁଛି ଯେ କୋହଲିଙ୍କ ସନ୍ୟାସ ପରେ ଚତୁର୍ଥ ସ୍ଥାନରେ କିଏ ଖେଳିବ ।
ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ସରଫରାଜଙ୍କୁ ୨୦୨୪ ମସିହାରେ ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରାଇଥିଲା ଭାରତୀୟ ଦଳ । ୨୭ ବର୍ଷୀୟ ଏହି ଖେଳାଳି ସେହି ବର୍ଷ ଶେଷରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ସମୟରେ ୧୧ ଜଣିଆ ଦଳରେ ସ୍ଥାନ ପାଇ ନଥିଲେ । କିନ୍ତୁ ବିରାଟ କୋହଲି ଯିବା ପରେ ସେ ଚତୁର୍ଥ ନମ୍ବର ସ୍ଥାନ ପାଇଁ ଏକ ଦୃଢ଼ ଦାବିଦାର ହୋଇ ରହିଛନ୍ତି।
ସେହିପରି ଏହି ରେସର ଦ୍ବିତୀୟରେ ଅଛନ୍ତି ୱିକେଟ କିପର କେଏଲ ରାହୁଲ । ଯଦିଓ କେଏଲ ରାହୁଲ ଟେଷ୍ଚରେ ଓପନର ହିସାବରେ ଟେଷ୍ଟରେ ଡେବ୍ୟୁ କରିଥିଲେ କିନ୍ତୁ ବିଗତ କିଛି ଦିନ ହେବ ତାଙ୍କୁ ଦଳରେ ସବୁ ସ୍ଥାନରେ ଖେଳିବାର ସୁଯୋଗ ମିଳିଛି । ତେବେ ଏହି କୌଶଳ ତାଙ୍କୁ ଟେଷ୍ଚରେ ଚତୁର୍ଥ ସ୍ଥାନ ପାଇଁ ଦାବିଦାର ପେସ କରିଛନ୍ତି ।
ସେହିପରି ଶୁଭମନ ଗିଲଙ୍କୁ ବହୁ ଦିନ ଧରି ଭାରତୀୟ ଟେଷ୍ଟ ବ୍ୟାଟିଂର ଭବିଷ୍ୟତ ଭାବରେ ଗଣନା କରାଯାଉଛି । ସେ ୨୦୨୦ ମସିହାରେ ଅଷ୍ଟ୍ରେଲିଆରେ ଡେବ୍ୟୁ କରିବା ପରଠାରୁ ୩୨ଟି ଟେଷ୍ଟ ଖେଳିସାରିଛନ୍ତି। ଯଦିଓ ସେ ଅଧିକାଂଶ ସମୟରେ ଶୀର୍ଷ କ୍ରମରେ କିମ୍ବା ତୃତୀୟ ନମ୍ବରରେ ବ୍ୟାଟିଂ କରନ୍ତି, ଗିଲଙ୍କ କ୍ଷମତା ତାଙ୍କୁ ଚତୁର୍ଥ ନମ୍ବର ସ୍ଥାନ ପାଇଁ ଏକ ଦୃଢ଼ ଦାବିଦାର ପେସ କରୁଛନ୍ତି ।