ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି , ଘଡଘଡି ମଧ୍ୟ ଜାରି ରହିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ପୂର୍ବରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା । ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । କିନ୍ତୁ କାଳବୈଶାଖୀ ପ୍ରଭାବରେ ଆଶ୍ବସ୍ତି ମିଳିଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ସହ ଦକ୍ଷିଣ ଓ ଉତ୍ତର ଓଡିଶା ସହ ବୌଦ୍ଧ, ଅନୁଗୁଳ ନୟାଗଡ, କନ୍ଧମାଳ, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ବର୍ଷା ଜାରି ରହିଛି । ବର୍ଷା ପାଇଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ରାଜ୍ୟରେ ତାପମାତ୍ରା ରେକର୍ଡ ଭାଙ୍ଗୁଥିବାବେଳେ ଏବେ ରାଜ୍ୟରେ ତାପମାତ୍ରାରେ ବ୍ରେକ ଲାଗିଛି । ତାତି ପ୍ରଭାବରେ ଲୋକମାନେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଥିଲେ । ଦିନକୁ ଦିନ ତାପମାତ୍ରା ରେକର୍ଡ ସୃଷ୍ଟି କରୁଥିଲା ।