ରାଜ୍ୟରେ ଶୀତ ବହୁତ କମ ସମୟ ପାଇଁ ଅନୁଭୂତ ହୋଇଛି । ଶୀତ ଅନୁଭୂତ ହେବା ସମୟରେ ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଥିଲା । ଲଘୁଚାପ ପ୍ରଭାବ କମିବା ପରେ ରାଜ୍ୟକୁ ପୁଣି ଶୀତ ଫେରିଥିଲା । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ସମ୍ପର୍କରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦୁଇ ଦିନ ପରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟରେ ଦୁଇ ଦିନ ଶୀତ ସହିତ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଯେଉଁ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଘନ କୁହୁଡ଼ି ପାଇଁ ସଚେତନାର ସହିତ ରହିବା ପାଇଁ ମଧ୍ୟ ସତର୍କ କରାଯାଇଛି । ବର୍ତ୍ତମାନ ଶୀତ ରାଜ୍ୟ ସମେତ ଦେଶବାସୀଙ୍କୁ କଲବଲ କରୁଛି । ଶୀତ ସହିତ ଘନ କୁହୁଡି ଜୀବନ ବଞ୍ଚିବା କଷ୍ଟକର କରିଦେଉଛି ।