ଗଜପତି: ଧରାବତରଣ କରିଛନ୍ତି ବିଘ୍ନରାଜ। ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପାର୍ବତୀ ନନ୍ଦନ ଗଜାନନ ଗଣପତି। ଗଣପତି ଙ୍କ ପୂଜା ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇଉଠିଛି। ପ୍ରତ୍ୟେକ ସ୍ଥାନରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଣେଶ। ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନଭିନ୍ନ ଭାବେ ଦର୍ଶନ ଦେଉଥିବା ବେଳେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମାଠିଆ ସାହିରେ ଜଗନ୍ନାଥ ବେଶରେ ଦର୍ଶନ ଦେଉଛନ୍ତି ବିଘ୍ନରାଜ।
ଏଠାରେ ଦୀର୍ଘ ୨୮ ବର୍ଷ ହେଲା ସାହି ବାସିନ୍ଦା ପକ୍ଷରୁ ଗଣେଶଙ୍କ ପୂଜାର୍ଚ୍ଚନା ସାହି ବାସିନ୍ଦା କରୁଛନ୍ତି। ପ୍ରତ୍ୟେକ ବର୍ଷ ଭିନ୍ନଭିନ୍ନ ସାଜସଜ୍ଜା କରୁଥିବା ବେଳେ ଏହି ବର୍ଷ କିଛି ନିଆରା କରିଛନ୍ତି ସାହି ବାସିନ୍ଦା। ଏହି ବର୍ଷ ପୂଜା ମଣ୍ଡପରେ ଜଗନ୍ନାଥଙ୍କ ବେଶରେ ଦର୍ଶନ ଦେଉଛନ୍ତି ବିଘ୍ନରାଜ। ଏହି ଦୃଶ୍ୟ ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହେଉଛନ୍ତି।କାରଣ ଗୋଟିଏ ମଣ୍ଡପରେ ଜଗନ୍ନାଥ ଆଉ ଗଣେଶ ଙ୍କ ଦର୍ଶନ ମିଳିବା ପାଇଁ ବହୁତ ଜନ ଗହଳି ଦେଖିବାକୁ ମିଳିଛି ।
ପୂଜା କମିଟି ଙ୍କ ସୂଚନା ଅନୁସାରେ ସେମାନେ ପ୍ରତ୍ୟେକ ବର୍ଷ ଗଣେଶଙ୍କ ପୂଜାର୍ଚ୍ଚନା କରିଥାନ୍ତି ଏହି ବର୍ଷ ମଧ୍ୟ କରିବା ପାଇଁ ସ୍ଥିର କଲେ ମନେରେ ଜଗନ୍ନାଥଙ୍କ ଭାବ ଆସିଲା ପରେ ଜଗନ୍ନାଥ ଓ ଗଣେଶ ଙ୍କ ବେଶ କରିଲେ।