ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିଲେ ବି, ଭୁବନେଶ୍ୱର ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଡିଏଭି ପବ୍ଲିକ୍ ସ୍କୁଲରେ ହେଇଥିବା ମତଦାନ କେନ୍ଦ୍ରକୁ ଆସି ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ଦେଇଛନ୍ତି ।
ଭୋଟ୍ ଦେବାପରେ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇ କହିଛନ୍ତି ଭାରତର ଗଣତନ୍ତ୍ରର ଏ ମହାପର୍ବରେ ମୁଁ ଆଜି ଭାଗ ନେଲି । ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ସେ ଭୋଟ୍ ଦେଇଥିବା ନେଇ ସୂଚନା ଦେଇଛନ୍ତି । ଏଥିସହ ଦେଶରେ ପୁଣି ମୋଦୀ ସରକାର ହେବା ସହ ଓଡିଶାର ୨୧ରୁ ୨୧ ଲୋକସଭା ଆସନ ଜିତିବା ବୋଲି କହିଛନ୍ତି । ଅନ୍ୟପଟେ ରାଜ୍ୟରେ ମଧ୍ୟ ବିଜେପି ବହୁମତ ହାସଲ କରି ଏଥର ସରକାର ଗଠନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।