ମୟୁରଭଞ୍ଜ: ହଷ୍ଟେଲରୁ ଦୁଇ ଛାତ୍ରୀ ନିଖୋଜ। ୧୬ ଘଣ୍ଟା ପରେ ବି ମିଳୁନି ପତ୍ତା। ମୟୁରଭଞ୍ଜ ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲର ୨ ଛାତ୍ରୀଙ୍କ ଖୋଜ ଖବର ମିଳୁନି। ଷଷ୍ଠରୁ ଯୁକ୍ତ ୨ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିବା ବେଳେ ଗତକାଲିଠୁ ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ପତ୍ତା ମିଳୁନି। କେଉଁଆଡ଼େ ଗଲେ ଏଯାଏଁ କୌଣସି ଖବର ମିଳିନାହିଁ।
ସେପଟେ ଘଟଣା ବାବଦରେ ହଷ୍ଟେଲ ୱାର୍ଡେନ କିଛି କହୁ ନ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ। ଖବର ପାଇ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅଧିକ ପଢନ୍ତୁ: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା