ରାଉରକେଲା : ପୁଣି ବର୍ବରତା ସୀମା ଟପିଗଲେ ଦୁର୍ବୁତ୍ତ। ଘଟାଇଲେ ଅମାନବୀୟ ଘଟଣା। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ବିଷ ଦେଇ ହତ୍ୟା। ମୁର୍ମୂଷ ଅବସ୍ଥାରେ ଜଙ୍ଗଲରୁ ମୃତଦେହ ଉଦ୍ଧାର। ମୃତକ ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗାଁର ବୋଲି ଜଣାପଡିଛି। ତେବେ ରାଉରକେଲା ସ୍ଥିତ ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗାଁରେ ଘଟିଛି ଏହି ଘଟଣା। ଉକ୍ତ ଘଟଣା ବାବଦରେ ବିଶ୍ରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ପ୍ରତିଦିନ ପରି ଗୁରୁବାର ଦିନ ମଧ୍ୟ ନାବାଳିକା ଜଣଙ୍କ ସାଇକେଲରେ ପାଠ ପଢିବାକୁ ସ୍କୁଲକୁ ଯାଇଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ସ୍କୁଲକୁ ଆସିନଥିବା ଶିକ୍ଷକ ତାଙ୍କ ବାପାଙ୍କୁ କଲ କରି କହିଥିଲେ। ଏହାପରେ ତୁରନ୍ତ ପରିବାର ଲୋକେ ଝିଅକୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ପରିବାର ଲୋକେ ଅପହରଣ କରାଯିବା ନେଇ ବିଶ୍ରା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିଥିବା ବେଳେ ଜଙ୍ଗଲରୁ ମୂର୍ମଷ ଅବସ୍ଥାରେ ଝିଅକୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ରାଉରକେଲା ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢନ୍ତୁ ; ଦୋଳି ଛିଡ଼ି ଯିବାରୁ ୪ ଗୁରୁତର, ଏମକେସିଜି ସ୍ଥାନାନ୍ତର