ଗଞ୍ଜାମ: ବିଭିନ୍ନା ମେଳାରେ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଦୋଳି କେତେବେଳେ ଯେ ପ୍ରାଣ ଘାତକ ହୋଇଯିବ ତାହା କେହି କେବେ କହିପାରିବେ ନାହିଁ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁରେ ମେଳାରେ ଲାଗିଥିବା ଟ୍ରେନ୍ ଦୋଳି ଛିଡ଼ି ଯିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ଗତକାଲି ରାତିରେ ଦେଓଗାଁରେ ଚାଲିଥିବା ମେଳାରେ ଏକ ଟ୍ରେନ୍ ଦୋଳି ଲାଗିଥିଲା । ଏଥିରେ ସମସ୍ତେ ବସି ଥିବା ସମୟରେ ହଠାତ୍ ତାର ଛିଡ଼ି ଯିବାରୁ ଗୋଟିଏ ବଗି ତଳେ ପଡ଼ିଯାଇଥିଲା । ଫଳରେ ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଉଦ୍ଧାର କରାଯାଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସଙ୍କଟାପନ୍ନଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଦୋଳି ଛିଡ଼ିବାର କାରଣ ଜଣାପଡ଼ିନ ଥିବାବେଳେ ସ୍ଥାନୀୟ ପୋଲିସ ପହଁଚି ଯାଞ୍ଚ ଆରମ୍ଭ କରିଛି ।