ଦେଓଗାଁ : ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରାଯିବ ବୋଲି ସୂଚନା ମିଳିଛି। ଦେଓଗାଁରେ ଜାନୁଆରୀ ୭ରେ ଆଦିବାସୀଙ୍କ ପର୍ବ ସୁଲିଆ ଯାତ୍ରା ପାଳନ କରାଯିବ ବୋଲି ଜଣାପଡିଛି। ଏହି ଉତ୍ସବଟି ତିନିଦିନ ଧରି ଚାଲିବ । ଆଦିବାସୀ ସାଂସ୍କୃତିକଦଳ ତାଙ୍କର କଳା ପ୍ରଦର୍ଶନ କରିବେ ।
ଏହି ଅବସରରେ ସୁଲିଆମହୋତ୍ସବର ଲୋଗୋକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ମହୋତ୍ସବ କମିଟିର ଆବାହକ ରୂପାଧର ପୁଟାଙ୍କ ସଭାପତତ୍ୱ ଓ କମିଟିର ସଭାପତି ଲକ୍ଷ୍ମଣକୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।
ସାମ୍ବାଦିକ ସମ୍ବିଳନୀରେ ମହୋତ୍ସବ କମିଟିର ଆବାହକ ରୂପାଧର ପୁଟା ସୂଚନା ଦେଇକହିଥିଲେ ଯେ,ଗତ ୪ବର୍ଷ ହେଲା ଖଇରଗୁରା ବଡଖଳାରେ ସୁଲିଆ ମହୋତ୍ସବ ହୋଇଆସୁଥିଲା । କିନ୍ତୁ ଚଳିତବର୍ଷ ମହୋତ୍ସବ ପାଇଁ ବୈଠକ ବିଳମ୍ବିତ ହେବାରୁ ସେହି କମିଟିକୁ ସୁଲିଆପୀଠର ପୂଜକମାନେ ପଚାରିବାରୁ ସେମାନେ ମହୋତ୍ସବ କରିବାକୁ ଅମଙ୍ଗ ହୋଇଥିଲେ ।
ପରେ ପୂଜକମାନଙ୍କ ଅନୁରୋଧକ୍ରମେ ଅଞ୍ଚଳବାସୀ ଦେଓଗାଁ ବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କୁ ଆଦିବାସୀମାନେ ସମ୍ମିଳିତ ହୋଇ ମହୋତ୍ସବ ପାଇଁ ଡାକିବାକୁ ଯାଇଥିଲେ । ସେ ପ୍ରଥମେ କମିଟିରେ ନ ରହି କେବଳ ସହଯୋଗ କରିବାକୁ ଚାହିଁଥିଲେ । କିନ୍ତୁ ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ବୈଠକରେ ତାଙ୍କୁ ସମସ୍ତେ ଅନୁରୋଧ କରିବାକୁ ସେ ମହୋତ୍ସବର ସଭାପତି ହେବାକୁ ସମ୍ମତି ଦେଇଥିଲେ ।