ଟ୍ରେନ ଚଢ଼ି ଚାଲିଗଲା ମହିଳାଙ୍କ ଜୀବନ । ଏପରି ଏକ ଦୁଃଖଦ ଘଟଣା ବ୍ରହ୍ମପୁର ରେଳ ଷ୍ଟେସନରେ ଘଟିଛି । ଟ୍ରେନ୍ରୁ ଓହ୍ଲାଇ ଜିନିଷ ଟ୍ରେନ୍ରୁ ବାହାର କରୁଥିବାବେଳେ ଟ୍ରେନ ଜଣେ ମହିଳାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା । ପରେ ମହିଳଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ।
ସୂଚନା ଅନୁସାରେ, ଗୁରୁବାର ସକାଳୁ କନ୍ୟାକୁମାରୀ - ଡିବୁରୁଗଡ ଆସୁଥିବା ଟ୍ରେନଟି ବ୍ରହ୍ମପୁର ରେଳ ଷ୍ଟେସନରେ ରହିଥିଲା । ଏହି ସମୟରେ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇବା ପାଇଁ ଥିବା ଯାତ୍ରୀମାନେ ଏହି ଠାରେ ଓହ୍ଲାଇଥିଲେ । ଏହି ସମୟରେ ଜଣେ ମହିଳା ଟ୍ରେନ୍ରୁ ଜିନିଷ ବାହାର କରୁଥିବାବେଳେ ଟ୍ରେନଟି ଘଟଣାସ୍ଥଳରୁ ଛାଡିଦେଇଥିଲା । ଯାହାଫଳରେ ମହିଳା ଜଣଙ୍କର ଗୋଡ ଉପରେ ଟ୍ରେନ ଚଢ଼ି ତାଙ୍କ ଗୋଡ଼ କାଟି ଯାଇଥିଲା । ତୁରନ୍ତ ମହିଳା ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସିତ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ଜିଆରପି ଥାନା ଅଧିକାରୀ ଦେଇଥିଲେ । ମୃତ ମହିଳାଙ୍କର ଏ ପର୍ଯ୍ୟନ୍ତ କୌଣସି ପରିଚୟ ମିଳିନାହିଁ ।
ଆଗକୁ ପଢ଼ନ୍ତୁ : ଟ୍ରେନରୁ ଖସି ଚାଲିଗଲା ଅଜଣା ଯୁବକଙ୍କ ଜୀବନ