ଟ୍ରେନରୁ ଖସି ଚାଲିଗଲା ଅଜଣା ଯୁବକଙ୍କ ଜୀବନ । କୌଣସି କାରଣ ବଶତଃ ଟ୍ରେନ ଖସିପଡିଥିଲେ ଯୁବକ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ । ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲାରେ ।
ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ କଳାହାଣ୍ଡି ଜିଲ୍ଲା ଗୋବର୍ଦ୍ଧନପୁର ଓଭରବ୍ରିଜ ନିକଟରେ ଯାତ୍ରୀବାହୀ ଟ୍ରେନରୁ ତଳକୁ ଖସିପଡିଥିଲେ । ଏହାପରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଦକ୍ଷିଣ ପୂର୍ବ ରେଳପଥ ରେଳମଣ୍ଡଳ ଅନ୍ତର୍ଗତ ଲାଞ୍ଜିଗଡରୋଡ଼ ଓ ନର୍ଲାରୋଡ଼ ରେଳଷ୍ଟେସନରେ ମଧ୍ୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ଯୁବକର ବୟସ ୧୮ ରୁ ୨୦ ବର୍ଷ ବୋଲି ଅନୁମାନ କରାଯାଉଛି । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।