ପୁରୀ : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ଆଜିଠୁ ଲାଗୁ ହେବ ଟ୍ରାଫିକ ନିୟମାବଳୀ। ପୁରୀରେ ରଥଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ସ୍ଵତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ। କୁମ୍ଭମେଳା ଢଙ୍ଗରେ ଏଥର ଟ୍ରାଫିକ ନିୟନ୍ତ୍ରଣ ହେବ। ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ରହିବ ତୀକ୍ଷ୍ଣ ନଜର ରହିବ। ପୁରୀ ସହର ଉପରେ ରହିବ ଏଆଇ ସିସିଟିଭି ନଜର। ସୁରକ୍ଷା ପାଇଁ ଜଗିବେ ୧୦ ହଜାର ପୋଲିସ,ବିଏସଏଫ , ସିଆରପିଏଫ , ରାପିଡ଼ ଆକ୍ସନ ଫୋର୍ସ। ବ୍ରହ୍ମପୁର, କୋଣାର୍କ ଓ ଭୁବନେଶ୍ବରରୁ ଆସୁଥିବା ଦୁଇ ଚକିଆ,ଚାରି ଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଚାଟବୋଟ ଆପ୍ ମାଧ୍ୟମରେ ଏହାର ସୂଚନା ପାଇପାରିବେ ଶ୍ରଦ୍ଧାଳୁ।
ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ। ଉକ୍ତ ସ୍ଥାନ ପୂରଣ ହୋଇଯିବା ପରେ ଯାନଗୁଡିକ ମଶାଣିଚଣ୍ଡୀ ଛକଠାରୁ ମାଟିତୋଟା ଖେଳ ପଡିଆ ଏବଂ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ଼୍ ପଡିଆଠାରେ ପର୍ଯ୍ୟାୟ କ୍ରମରେ ନିଜ ନିଜର ଯାନ ଗୁଡିକୁ ରଖିବେ। କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ, ପେଣ୍ଠକଟା ଛକ, ସୁବାଷ ବୋସ ଛକ ଦେଇ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଚଳ ଅଶୋକ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ। ସେହିପରି ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ।