ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଆସନ୍ତାକାଲି ରତ୍ନ ଭଣ୍ଡାର ର ହେବ ଲେଜର ସ୍କାନିଂ । ପ୍ରଥମେ ରତ୍ନଭଣ୍ଡାର ବାହାର ପଟ କାନ୍ଥରୁ ସ୍କାନିଂ ଆରମ୍ଭ କରାଯିବ । ଏହାସହ କେଉଁ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି, ତାହା ଚିହ୍ନଟ କରାଯିବ । ଏହି ଲେଜର ସ୍କାନିଂ ପାଇଁ ASIକୁ ଅନୁମତି ପ୍ରଦାନ କରାଯାଇଛି । ରତ୍ନ ଭଣ୍ଡାର ସହ ମୁଖ୍ୟ ମନ୍ଦିର ଏବଂ ପାର୍ଶ୍ଵରେ ଥିବା ଅନ୍ୟାନ୍ୟ ଦେବାଦେବୀ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ସ୍କାନିଂ କରିବା ପରେ ASIଙ୍କୁ ଫାଇନାଲ ରିପୋର୍ଟ ଦେବ ପାଇଁ କୁହାଯାଇଛି । ରିପୋର୍ଟ ଦେଖିବା ପରେ ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କହିଛନ୍ତି l ଲେଜର ସ୍କାନିଂ ପରେ ଯେଉଁ ଯେଉଁ ସ୍ଥାନରେ ଖୟକ୍ଷତି ହୋଇଥିବା ସେହି ସ୍ଥାନରେ ଖୁବ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରାଯିବ ।
ଅଧିକ ପଢ଼ନ୍ତୁ : ସିଂହଦ୍ଵାର ବ୍ୟାରିକେଡ ସମ୍ମୁଖକରେ ଅଜଣା ଜନ୍ତୁର ଆତଙ୍କ