ସିଂହଦ୍ଵାର ବ୍ୟାରିକେଡ ସମ୍ମୁଖକରେ ଅଜଣା ଜନ୍ତୁର ଆତଙ୍କ ଏବଂ ଜନ୍ତୁକୁ ଦେଖି ସମସ୍ତ ଭକ୍ତ ଭୟଭୀତ। ଗତକାଲି ଗୋଟିଏ ଅଜଣା ଜନ୍ତୁ ହଠାତ୍ ସିଂହଦ୍ଵାର ବ୍ୟାରିକେଡ୍ ସମ୍ମୁଖକୁ ଦୌଡିଦୌଡି ଆସିବା ଫଳରେ ଶ୍ରୀମନ୍ଦିର ସମୁଖରେ ଉପସ୍ଥିତ ଥିବା ଭକ୍ତ, ସେବାୟତ ଓ ସୁରକ୍ଷାକର୍ମୀ ସମସ୍ତେ ପ୍ରାୟ ଆତଙ୍କିତ ହୋଇପଡିଥିଲେ। ପ୍ରାୟ ଦୁଇ ମିନିଟ ଧରି ସେହି ଅଜଣା ଜନ୍ତୁଟି ଏପଟ ସେପଟ ହୋଇ ବ୍ୟାରିକେଡ ଭିତରେ ଦୌଡିବାରେ ଲାଗିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ତାକୁ ସେଠାରୁ ବାକୁ ଚେଷ୍ଟା କରିଥିଲେ। କିଛି ସମୟରେ ପରେ ସୁରକ୍ଷାକର୍ମୀମାନେ ତାକୁ ଘଉଡାଇ ସ୍ଥିତି ସ୍ୱଭାବିକ୍ କରିଥିଲେ। ସେଠାରେ ଉପସ୍ଥିତ ଥିବା ଦର୍ଶନାର୍ଥୀଙ୍କୁ ଏହା ମନୋରଞ୍ଜନର ଖୋରାକ୍ ଯୋଗାଇଥିଲା। ତେଣୁ ସେମାନେ ଏହାର ବିଡ଼ିଓ ବନାଇବା ଆରମ୍ଭ କରିଥିଲେ କିନ୍ତୁ ସେହି ଜନ୍ତୁ ଟି କିପରି ସେହି ସିଂହଦ୍ଵାର ବ୍ୟାରିକେଡ୍ ଭିତରକୁ ଅଶିଲା ତାହା ବଡ ପ୍ରଶ୍ନ। ଜନ୍ତୁଟି ଖାଦ୍ୟ ଅନ୍ୱେଷଣ ପାଇଁ ଆସିଥାଏ ପରେ ବୋଲି ସମସ୍ତେ ଅନୁମାନ କରୁଛନ୍ତି।
ଅଧିକ ପଢନ୍ତୁ ; ବୋଇତ ବନ୍ଦାଣ ଉତ୍ସବର ଶୁଭାରମ୍ଭ କଲେ ମହାମହିମ