ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ। ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିଲେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ।ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ। ତେବେ ମହାପ୍ରଭୁଙ୍କର ଏହା ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଦର୍ଶନ ଉପରେ କଟକଣା ରଖାଯିବ। ଏହି ବିଶେଷ ନୀତି ପାଇଁ ଅପରାହ୍ଣରେ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ରହିବ। ଭକ୍ତମାନେ ଠାକୁରଙ୍କ ଦର୍ଶନ କରି ପାରିବେ ନାହିଁ। ବନକଲାଗି ନୀତି ସମାପନ ହେବା ପରେ ପୁନର୍ବାର ଭକମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ।
ଅଧିକ ପଢନ୍ତୁ; ପୁରୀ ଏସ୍ପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ମାସିକ ଅପରାଧ ସମୀକ୍ଷା ବୈଠକ